ନବରଙ୍ଗପୁରରେ ଏକାଧୀକ ଲୋକଙ୍କର ଫେସବୁକ ହ୍ୟକ କରାଯାଇ ମେସେଞ୍ଜରରେ ବିଭିନ୍ନ ଲୋକଙ୍କର ମୋବାଇଳରେ ମେସଜ ପଠାଇ ଟଙ୍କା ମଗାଯାଉଛି । ଏପରିକି ଜିଲାପାଳଙ୍କରୁ ଫେସବୁକକୁ ମଧ୍ୟ ହ୍ୟାକ କରାଯାଇଥିବା ଜଣାଯାଇଛି। ଗତ ଶନିବାର ରାତ୍ର ୮.୫୦ରେ ଆମ ଜିଲା ପ୍ରତିନିଧୂ ବାଙ୍କ ବିହାରୀ ବିଷୋୟଙ୍କର ଫେସବୁକକୁ ହ୍ୟକରି ମେସେଞ୍ଜରରେ ତାଙ୍କର ନାମରେ ୧୫ରୁ ଉଦ୍ଧି ଲୋକଙ୍କୁ ମୋବାଇଲରେ ମେସେଜ କରି ଟଙ୍କା ପଠାଇବାକୁ ଉଲ୍ଲେଖ କରାଯାଇଛି। ଜରୁରୀ କାର୍ଯ୍ୟ ଓ ଦେହ ଖରାପ ମେଡିକାଲରେ ଚିକିତ୍ସା ହେଉଥିବା ଦର୍ଶାଇ ଟଙ୍କା ପଠାଇବାକୁ ଲେଖଯଇଛି। ଫୋନ ନିମ୍ବର 8878217307 ଓ ଆ କ । ଉ ଣ୍ଟ ନ ମ ର - ୫୦୧୦୦୦୬୩୪୯୨୧ରେ ଫୋନ ଫେ ଓ ଗୁଗୁଲ ଫେ ରେ ଟଙ୍କା ପଠାଇବାକୁ ଅନୁରୋଧ କରାଯାଇଛି। ଏହାପରେ ସମସ୍ତେ ରାତିରେ ଫୋନ କରି ଶ୍ରୀ ବିଷୋୟୀଙ୍କୁ ଟଙ୍କା କଥା ପଚାରିଥିଲେ। ଏ ସମ୍ପର୍କରେ ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତୁ ମେସେଞ୍ଜରକୁ ଡିଲିଟ କରିଥିଲେ। ଫେସବୁକ ହ୍ୟାକ ହୋଇଥିବା ସମ୍ପର୍କରେ ଫେସବୁକରେ ଲେଖୁ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାପରେ ଆଜି ସନ୍ଧ୍ୟାରେ ନବରଙ୍ଗପୁର ଥାନାରେ ଏତଲା ଦେବା ସହ ଏହା ଦ୍ୱାରା ମାନସମ୍ମାନହାନା ହେଉଥିବା ଦର୍ଶାଇବା ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଥାନା ଅଧିକାରୀ ପ୍ରତ୍ୟୁଷ କୁମାର ମହାପାତ୍ର ଏଭଳି ବହୁ ଲୋକଙ୍କର ଫେସବୁକ ହ୍ୟାକ କରାଯାଇଥିବା ଓ ଏଥିରେ ଝାରଖଣ୍ଡ ରାଜ୍ୟ ଅଞ୍ଚଳର ଯୁବକ ସାମିଲ ଥିବା କହିବା ସହ ସମସ୍ତେ ସତର୍କ ରହିବାକୁ କହିଛନ୍ତି । ଏହାର ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଗତ ଦୁଇଦିନ ତଳେ ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିର କମିଟି ସମ୍ପାଦକ ସତ୍ୟବାଦୀ ଷଡଙ୍ଗାରେ ଫେସବୁକକୁ ମଧ୍ୟ ହ୍ୟାକ କରାଯାଇ ଅନୁରୂପ ଭାବେ ମେସେଜ କରାଯାଇ ଟଙ୍କା ମଗାଯାଇଥିଲା । ସେ ମ ଥାନାରେ ଏତଲା ଦେଇଛନ୍ତି । ସେହିପରି ବରିଷ୍ଠ ନାଗରୀକ ହରିହର ବ୍ରହ୍ମା ଓ ଲୋକନାଥ ମହାନ୍ତିଙ୍କର ଫେସବୁକକୁ ମଧ୍ୟ ହ୍ୟାକ କରାଯାଇଛି । ଏଭଳି ନବରଙ୍ଗପୁର ଓ ପାପଡାହାଣ୍ଡିର ଅନ୍ୟ କେତେକଙ୍କର ଫେସବୁକ ମଧ୍ୟ ହ୍ୟାକ କରାଯାଇଥିବା ଜଣାପଡିଛି । ଏହାକୁ ନେଇ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି । ଜିଲା ପୁଲିସ ବିଭାଗ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦତଦାବି ହେଉଛି ।

Comments